ଆଜି ୨୫.୧୦.୨୦୧୮,ଗୁରୁବାର, ଆଜିର ରାଶିଫଳ।କିପରି କଟିବ ଆପଣଙ୍କ ଦିନ।

0
256

ମେଷ

ଆଜି ସକାଳୁ ସକାଳୁ ନୂତନ କର୍ମରମ୍ବ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ।ଆନୁଷ୍ଠାନିକ ,ସଭାସମିତି,ଧର୍ମ କାର୍ଯ୍ୟ ,ବନ୍ଧୁମିଲଣ ପାଇ ଶୁଭ ସାବ୍ୟସ୍ତ ହେବ। କିନ୍ତୁ ସମୟୀକ ଭାବେ ସହକର୍ମୀଙ୍କ ସହ ମତାନ୍ତରଜନିତ ମାନସିକ ଅଶାନ୍ତିର ମଧ୍ୟ ଆଶା ରହିଚି।ପ୍ରତିକାର-ହରଗୋବିନ୍ଦଙ୍କୁ ଉପାସନା କରନ୍ତୁ।

ବୃଷ

ଘରୋଇ କଲହକୁ ନେଇ ଆଶାନ୍ତି ରହିବ କିନ୍ତୁ କିଛି ସମୟପରେ ତାହା ଠିକ ହୋଇଯିବ। ଆଜିର ଯାତ୍ରା ,ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ମନ୍ଦ ହବନି। ଅନ୍ୟ ମାନଙ୍କୁ ସାହାଯ୍ୟ କରି ପରୋକ୍ଷରେ ପ୍ରଶଂସିତ ହେବେ। ନୂତନ ଯାନବାହନ,ଜମିଜମା କ୍ରୟବିକ୍ରୟ ନେଇ ଆଲୋଚନାରେ ଅଗ୍ରଗତି ହେବ।ପ୍ରତିକାର;- ମା ବିରାଜଙ୍କୁ ପୂଜାର୍ଚ୍ଚନା କରନ୍ତୁ।

ମିଥୁନ

ଯେତେ ସତର୍କତାର ସହ ଚାଲିଲେ ମଧ୍ୟ ବନ୍ଧୁମାନଙ୍କ ପରୋକ୍ଷ ସମାଲୋଚନାଜନିତ ମନ ଅସ୍ତିର ରହିବ। କାର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ।ସଭାସମିତି,ଜମିଜମା କଥା ନେଇ ମାନସିକ ଶାନ୍ତି ବିପଣ୍ଣ ହେବ।ପ୍ରତିକାର;- ଗଣେଶଙ୍କୁ ଲଡୁ ଭୋଗ ଦିଅନ୍ତୁ।

କର୍କଟ

ବାରମ୍ବାର ଭ୍ରମଣଜନିତ ସ୍ୱାସ୍ଥ୍ୟ ସମଶ୍ୟା ନିମ୍ନବିମୁଖୀ ହୋଇପାରେ। ଆଜି ଯେକୌଣସି କାମ କରନ୍ତୁନା କାହିଁକି ଖର୍ଚ ବିଶେଷଭାବେ ହୋଇପାରେ।ଶିଳ୍ପ,ବାଣିଜ୍ୟ,ପରିବହନ କ୍ଷେତ୍ରରୁ ସମସ୍ୟା ଦୂର ହେବ।ପ୍ରତିକାର;-ଜଗନ୍ନାଥଙ୍କ ସହସ୍ର ନାମ ପାଠ କରନ୍ତୁ।

ସିଂହ

କର୍ମ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ସହକର୍ମୀଙ୍କ ସହ ସମ୍ପର୍କ ଯୋଡିବାରେ ଅପଣଙ୍କ କୌଶଳ କିଛି ମାତ୍ରାରେ ସାହାଯ୍ୟ କରିବ। ଯେଉଁଥିପାଇ ଚିନ୍ତାକରୁଥିଲେ ଆଜି ତାହା ଟିକେ ବିଳମ୍ବରେ ପାଇବେ। ପରିବାରରେ ଖର୍ଚ୍ଚର ପରିମାଣ ବଢ଼ିପାରେ।ପ୍ରତିକାର;- ମା ତାରିଣୀକୁ ୫ଟି ମନ୍ଦାର ପୁଷ୍ପ ଅର୍ପଣ କରନ୍ତୁ।

କନ୍ୟା

କୌଣସି ବ୍ୟକ୍ତିଙ୍କୁ ଅପେକ୍ଷା କରି କୌଣସି କାମ ସହଜରେ ହୋଇପାରିବ ନାହିଁ। ଋଣ ସୂତ୍ରରେ ଅର୍ଥାଲାଭ କରିବେ ମାତ୍ର ବାଣିଜ୍ୟ,ଯାତ୍ରା ସମ୍ବଧରେ ଚିନ୍ତା ବଢିବ। ସାମାନ୍ୟ ଶାରୀରିକ ଆଶାନ୍ତି ରହିବ।ପ୍ରତିକାର;-ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରନ୍ତୁ।

ତୁଳା

ପାରିବାରର ଆବଶ୍ୟକତା ପୂରଣ ସକାଶେ ଅର୍ଥ ସଂଗ୍ରହ କଟିବାରେ ତତ୍ପରତା ପ୍ରକାଶ ପାଇବେ। ସତର୍କତା ଅଭାବରୁ ଜିନିଷପତ୍ର ହଜିଯିବାର ସମ୍ଭାବନା ରହିଛି।ଛୋଟ ଛୋଟ କାମ ହାତକୁ ନେଇ ଦ୍ଵନ୍ଦରେ ପଡିପାରନ୍ତି। ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ।ପ୍ରତିକାର; ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ।

ବିଛା

ଆଲୋଚନା ପରିସରରେ ପ୍ରିୟଜନଙ୍କ ସହ ସାଧାରଣ କିମ୍ବା ମାମୁଲି ଘଟଣାରେ ଉଚବାଚ ଘଟିପାରେ। ଆର୍ଥିକ ପରିସ୍ଥିତି ସୁଧୃଡ଼ ରହିବ। ସ୍ୱାସ୍ଥ୍ୟ ସମସ୍ୟା ଠିକ ରହିବ।ସମ୍ପର୍କରେ ବନ୍ଧୁ ଜଣେ ସାହାଯ୍ୟର ପ୍ରତିଶୃତି ଦେବେ। ବ୍ୟବସାୟ ଆଗକୁ ବଢ଼େବାପାଏ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି ପ୍ରତିକାର;-ମା ଲଷ୍ମୀ ଙ୍କୁ ପଦ୍ମଫୁଲ ଅର୍ପଣ କରନ୍ତୁ।

ଧନୁ

କର୍ମ କ୍ଷେତ୍ରରେ ଅନ୍ୟମାନଙ୍କୁ ସହଜ଼ରେ ବିଶ୍ୱାସ କରି ବିପଦରେ ପଡିପରନ୍ତି। ଆବଶ୍ୟକତା ପୁରାଣରେ ସମସ୍ୟା ଜନିତ ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହୋଇପାରେ।ସମୟୀକ ସାରୀରିକ ସୁସ୍ତତା ମନୋବଳ ବୁଦ୍ଧିରେ ସହାୟକ ହେବ। ଶୁଣା କଥାକୁ ବିଶ୍ୱାସ କଲେ ବିପଦରେ ପଡିପାରନ୍ତି।ପ୍ରତିକାର;-ଅର୍ଥ ଦାନ କରନ୍ତୁ।

ମକର

ପରୋକ୍ଷ ଶତ୍ରୁତା କାରଣରୁ ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ପତିବନ୍ଧକର ସାମ୍ନା କରିବାକୁ ପଡିବ।ପରିବାରରେ ସ୍ତ୍ରୀଙ୍କ ସହ ଭୁଲ ବୁଝାବନା ସୃଷ୍ଟି ହବ।ନିର୍ଦ୍ଧିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ଚିନ୍ତିତ ହୋଇପଡିବେ।ପ୍ରତିକାର;-ମା ଦୁର୍ଗା ଙ୍କୁ ଉପାସନା କରନ୍ତୁ।

କୁମ୍ଭ

ଆବଶ୍ୟକତା ପୂରଣ କ୍ଷେତ୍ରରେ ଅଭାବ ବୋଧ ରହିବା କାରଣରୁ ବ୍ୟସ୍ତତା ବଢିଯିବ। ସ୍ତ୍ରୀ କିମ୍ବା ଭାଇଙ୍କ ସ୍ୱାସ୍ଥ ସମସ୍ୟା କୁ ନେଇ ଚିନ୍ତିତ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦାମର୍ଯ୍ୟତା ବୃଦ୍ଧିଘଟିବ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତତ୍ପରତା ରହିପରନ୍ତି।ପ୍ରତିକାର;-କୁକୁରଙ୍କୁ ଖାଇବାକୁ ଦିଅନ୍ତୁ

ମୀନ

ପରିବାରର ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାନ ମନରେ ବିରକ୍ତିଭାବ ପ୍ରକାଶ ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୟ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ। ଆର୍ଥିକ ସ୍ଵଚଳତା ବଢିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସନ୍ନିଧ ଲାଭ ରୁ ଖୁସି ହେବେ।ପ୍ରତିକାର;-ହନୁମାନ ଚାଲିସ ପାଠ କରନ୍ତୁ।

LEAVE A REPLY

Please enter your comment!
Please enter your name here