ଲୋକସଭା ନିର୍ବାଚନ ଘୋଷଣା ସହିତ ଚାଷୀଙ୍କ ଆକାଉଣ୍ଟକୁ ଆସିଯିବ ୨୦୦୦ ଟଙ୍କା |ଜାଣନ୍ତୁ କିପରି ପାଇବେ ଏହି ଟଙ୍କା

0
275

କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଦେଶର ଚାଷୀଙ୍କ ଅସନ୍ତୋଷକୁ ଦୂର କରିବା ପାଇଁ ବଡ଼ ବାଜି ଖେଳିଛନ୍ତି। ମୋଦୀ ସରକାର ନିଜର ଶେଷ(ଅନ୍ତରୀଣ) ବଜେଟରେ ଚାଷୀଙ୍କୁ ପ୍ରତ୍ୟେକ ବର୍ଷ ୬ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଚାଷୀଙ୍କ ଖାତାକୁ ତିନୋଟି କିସ୍ତିରେ ୨୦୦୦-୨୦୦୦  ଟଙ୍କା ଜମା ହେବ।  ସରକାର ଚାଷୀଙ୍କୁ କିସ୍ତି ଦେବାକୁ ଏମିତି ସମୟ ସ୍ଥିର କରିଛନ୍ତି  ଯେଉଁ ସମୟରେ ଦେଶରେ ଲୋକସଭା ନିର୍ବାଚନ ଘୋଷଣା ହେବ ଏବଂ ନିର୍ବାଚନୀ ପ୍ରଚାର ଜୋର ସୋରରେ ଚାଲିବ, ସେହି ସମୟରେ ଚାଷୀଙ୍କ ଖାତାକୁ  ପ୍ରଥମ କିସ୍ତିରେ ୨୦୦୦ ଟଙ୍କା  ଜମା ହେବ।

ମୋଦୀ ସରକାର ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେବା ନିଷ୍ପତ୍ତି କରି ସହାୟକ କାର୍ୟ୍ୟପକ୍ରମର ଘୋଷଣା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲ  ଅନ୍ତରୀନ ବଜେଟ୍ ୨୦୧୯ ଉପସ୍ଥାପନ କରି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାସନ  ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି।

ସେ କହିଛନ୍ତି ଯେ ଯେଉଁଚାଷୀଙ୍କ ପାଖରେ ଦୁଇ ହେକ୍ଟର ପର୍ୟ୍ୟଜନ୍ତ ଜମି ରହିଛି ତାଙ୍କୁ ପ୍ରତି ବର୍ଷ ୬ ହଜାର ଟଙ୍କା  ଦିଆଯିବ। ଏଥିରେ ଦେଶର ଦୁର୍ବଳ ଓ କ୍ଷୁଦ୍ର ଚାଷୀଙ୍କୁ ବଡ଼ ଆଶ୍ଵସ୍ତି ମିଳିବ ଏବଂ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏଥିରେ ଦେଶର ୧୨ କୋଟି ଚାଷୀ ଲାଭାନ୍ଵିତ ହେବେ। ଏହି ଯୋଜନାରେ ସରକାରଙ୍କ ଉପରେ ମୋଟ୍ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚଭାର ପଡ଼ିବ।

ଏହି ଯୋଜନା ୨୦୧୮ ଡିସେମ୍ବର ୧ରୁ ପିଛିଲା ଭାବେ ଲାଗୁ ହେବ। ଏହି ପରି ଚାଷୀଙ୍କ ଖାତାରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ପ୍ରଥମ କିସ୍ତି ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଜମା ହୋଇଯିବ। ଏହା ହେଉଛି ସମୟ ଯେଉଁ ସମୟରେ ଜୋରଦାର ନିର୍ବାଚନ ପ୍ରଚାର ଚାଲିଥିବ।

LEAVE A REPLY

Please enter your comment!
Please enter your name here