ପୁରୀରେ ଫେରିଲା ଶାହାଙ୍କ ପୋଡ଼ା ଟ୍ରାନ୍ସଫର୍ମର ଉପାଖ୍ୟାନ ! କରେଣ୍ଟ ନାହିଁ, ୧୯ରେ

0
221

ପୁଣି ଫେରିଲା ପୋଡ଼ା ଟ୍ରାନ୍ସଫର୍ମର ପ୍ରସଙ୍ଗ । ଶ୍ରୀକ୍ଷେତ୍ରରୁ ନବୀନଙ୍କୁ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆଉ କହିଛନ୍ତି ଯେ, ରାଜ୍ୟରେ ଏଭଳି ସରକାର ଯିଏ ରାଜ୍ୟବାସୀଙ୍କ ସମସ୍ୟା ଆଉ ଆଞ୍ଚଳିକ ଭାଷା ବୁଝି ପାରୁନି ସେ ସରକାରଙ୍କୁ ଉପାଡ଼ି ଫିଙ୍ଗି ଦେବାକୁ କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଶାହା ।

ପୁରୀ ତାଳବଣିଆ ଠାରେ ବିଜେପି ରାଷ୍ଟ୍ରୀୟ ଜନଜାତି ମହାଅଧିବେଶନରେ ସମ୍ବୋଧନ ଦେଇ ଶାହା କହିଛନ୍ତି ଯେ, କେନ୍ଦ୍ରରେ ଥିବା ମୋଦି ସରକାର ଓଡ଼ିଶାର ଜନଜାତି ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ଏବଂ ଏହାର ଅର୍ଥ ମଧ୍ୟ ରାଜ୍ୟକୁ ଦିଆଯାଉଛି । କିନ୍ତୁ ଦୁଃଖର ବିଷୟ ହେଲା ସେହି ପଇସା ଆପଣଙ୍କ ପାଖରେ ପହଁଚି ପାରୁନି । ଏହାର ମୁଖ୍ୟ କାରଣ ହେଉଛନ୍ତି ଏଠିକାର ନବୀନ ସରକାର । ଯିଏ ଓଡ଼ିଆ ବୁଝିପାରୁ ନାହାନ୍ତି ଆପଣ ଯେତେ ପାଟିକଲେ ମଧ୍ୟ ତାଙ୍କୁ ଶୁଣାଯାଉନି । ଏଭଳିକି ୨୦୧୭ ଡାଇଲଗ୍ କୁ ପୁଣି ମନେ ପକାଇ ନବୀନଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହିଛନ୍ତି ଶାହା । ଟ୍ରାନ୍ସଫର୍ମର ପୋଡ଼ିଗଲେ ଯେମିତି ଅଦରକାରୀ ହୋଇଯାଏ ଠିକ୍ ସେମିତି ନବୀନ ସରକାରକୁ ଉପାଡ଼ି ଫିଙ୍ଗିଦେବା ପାଇଁ ଶାହ ବିଜେପି କର୍ମୀଙ୍କୁ କହିଛନ୍ତି ଶାହା ।

LEAVE A REPLY

Please enter your comment!
Please enter your name here