ପାକିସ୍ତାନର ମୁହଁ ବନ୍ଦ କଲା ICC

0
228

ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିବା ତୃତୀୟ ମ୍ୟାଚରେ ଭାରତୀୟ ଟିମ ଇଣ୍ଡିଆନ ଆର୍ମି ଟୋପି ପିନ୍ଧି ପଡିଆକୁ ଓହ୍ଲାଇଥିଲା l ଏହି ଘଟଣାକୁ ନେଇ ପାକିସ୍ତାନ ଆଇସିସି ରେ ଫେରାଦି କରିଥିଲା l କିନ୍ତୁ ଏହି ବିଷୟରେ ଆଇସିସିରୁ ଏକ କଡା ଜବାବ ଶୁଣି ପାକିସ୍ତାନର ମୁହଁ ବନ୍ଦ ହୋଇଯାଇଛି l ଆଇସିସି ଉତ୍ତରରେ କହିଥିଲା ଯେ ଇଣ୍ଡିଆ ଟିମକୁ ଆର୍ମି ଟୋପି ପିନ୍ଧିବାକୁ ଆମେ ଅନୁମତି ଦେଇଥିଲୁ l


ନିକଟରେ ହୋଇଥିବା ପୁଲୱାମା ଆତଙ୍କବାଦି ଆକ୍ରମଣରେ ସହିଦ ହୋଇଥିବା ଯବାନ ମାନଙ୍କୁ ରାଞ୍ଚିରେ ହୋଇଥିବା ମ୍ୟାଚରେ ଇଣ୍ଡିଆନ ଟିମ ଆର୍ମି ଟୋପି ପିନ୍ଧି ପଡିଆକୁ ଓହ୍ଲାଇଥିଲେ l ଏହି ମ୍ୟାଚର ସବୁ ଫି ରାଷ୍ଟ୍ରୀୟ ସୁରକ୍ଷା କୋଷକୁ ଦାନ କରିଥିଲେ ଟିମ ଇଣ୍ଡିଆ l


ପିସିବିର ମୁଖ୍ୟଙ୍କ କହିବା ଅନୁସାରେ ଭାରତୀୟ ଟିମ ଟୋପି ବ୍ୟବହାର ପାଇଁ ପରିମିସନ ଗୋଟିଏ ଉଦେଶ୍ୟରେ ଆଣି ଅନ୍ୟ ଉଦେଶ୍ୟରେ ବ୍ୟବହାର କରୁଛି ଯାହା ଗ୍ରହଣୀୟ ନୁହେ l ସେପଟେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଥିଲେ ଏଭଳି ଆର୍ମି ଟୋପି ପିନ୍ଧି ପଡିଆକୁ ଓହ୍ଲାଇବା କଣ ଉଚିତ କି ?


ଏହାର ଜବାବରେ ଆଇସିସିର ହେଡ଼ କ୍ଳେରୀ ଫୁଲୋର୍ଗ କହିଛନ୍ତି ଏହି ଟୋପି ସହିଦ ଯବାନ ମାନଙ୍କ ସମ୍ମାନ ଉଦେଶ୍ୟରେ ପିନ୍ଧିବା ପାଇଁ ବିସିସିଆଇ ଆଇସିସିକୁ ଅନୁମତି ମାଗିଥିଲେ ଏବଂ ଏଥି ପାଇଁ ଭାରତୀୟ ଟିମକୁ ଅନୁମତି ମଧ୍ୟ ଦିଆଯାଇଥିଲା l ଏହା ବୟାନ ପରେ ପାକିସ୍ତାନର ମୁହଁ ବନ୍ଦ ହୋଇଯାଇଛି l

LEAVE A REPLY

Please enter your comment!
Please enter your name here