ଆସନ୍ତୁ ଜାଣିବା ପାଟି ଦୁର୍ଗନ୍ଧରୁ କେମିତି ପାଇବେ ମୁକ୍ତି ।

0
312

ପ୍ରତିଦିନ ଦାନ୍ତ ଘଷିବା ପରେ ମଧ୍ୟ ଅନେକ ଲୋକଙ୍କ ପାଟିରୁ ଦୁର୍ଗନ୍ଧ ବାହାରିଥାଏ l ଏଥିପାଇଁ ଅନେକ ଲୋକ ଲୋକମାନଙ୍କ ସହ କଥାହେବା ପାଇଁ ପସନ୍ଦ କରନ୍ତି ନାହିଁ l ଏହି ଅସୁବିଧାକୁ ଦୂରେଇବା ପାଇଁ ଅନେକ ଲୋକ ନିଜର ପେଷ୍ଟ ବାରମ୍ବାର ବଦଳାଇ ଥାନ୍ତି l କିନ୍ତୁ ଏମିତି କରିବା ପରେ ମଧ୍ୟ ସେମାନଙ୍କର ଅସୁବିଧା ଦୂର ହୋଇନଥାଏ l ଏହି ସମସ୍ୟାରେ ପୀଡିତ ଥିଲେ ଆପଣ କିପରି ଏଥିରୁ ରକ୍ଷା ପାଇବେ ଆସନ୍ତୁ ଜାଣିବା l
୧. ପାନମାଧୁରୀ


ପାନମାଧୁରୀ ଖାଇବା ଦ୍ୱାରା ପାଟିରେ ଥିବା ଜୀବାଣୁକୁ ନଷ୍ଟ କରିଦିଏ ଏବଂ ଦୁର୍ଗନ୍ଧ ରୋକିବାରେ ସାହାଯ୍ୟ କରେ l ପାନମଧୁରୀ ଖାଇବା ଦ୍ୱାରା ପେଟ ଅସୁବିଧା ମଧ୍ୟ ଦୂର ହୋଇଥାଏ l ଏହା ବହୁତ ବର୍ଷ ଧରି ଲୋକ ବ୍ୟବହାର କରି ଆସୁଛନ୍ତି l
୨. ନଡ଼ିଆ ତେଲ


ନଡ଼ିଆ ତେଲର ବ୍ୟବହାର ପାଟିର ଦୁର୍ଗନ୍ଧ ରୋକିବାରେ ସାହାଯ୍ୟ କରିଥାଏ l ଏକ ଚାମଚ ରନ୍ଧା ନଡ଼ିଆ ତେଲ ନେଇ ପାଟିରେ ରଖି ଚାରିଆଡେ ବୁଲାନ୍ତୁ , ଏପରି କରିବା ଦ୍ୱାରା ପାଟିର ଦୁର୍ଗନ୍ଧ କିଛି ଦିନ ମଧ୍ୟରେ ଭଲ ହୋଇଯିବ l
୩. ଗ୍ରୀନ ଟି


ଆପଣ ଅନେକ ଜାଗାରୁ ଜାଣିଥିବେ ଯେ ଗ୍ରୀନ ଟି ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ କାରଣ ଏହା ପିଇବା ଦ୍ୱାରା ଶରୀର ଫିଟ ଏବଂ ସୁସ୍ଥ ରହିଥାଏ l ଏହାକୁ ପ୍ରତି ଦିନ ପିଇବା ଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହୋଇଯାଇଥାଏ l

LEAVE A REPLY

Please enter your comment!
Please enter your name here