ନାମର ପ୍ରଥମ ଅକ୍ଷର S’ରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ବ୍ଯକ୍ତିତ୍ବ ଓ ସ୍ୱଭାବ।*

0
869

*ନାମର ପ୍ରଥମ ଅକ୍ଷର S’ରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ବ୍ଯକ୍ତିତ୍ବ ଓ ସ୍ୱଭାବ।*

ଆପଣଙ୍କ ନାମର ପ୍ରଥମ ଅକ୍ଷର କଣ? ଏହା ପଚାରିବାର କାରଣ ଏହାର ପ୍ରଭାବ ଆପଣଙ୍କ ସ୍ବଭାବ ଓ ବ୍ୟକ୍ତିତ୍ବ ଉପରେ ପଡିଥାଏ । କିଛି ଅକ୍ଷର ଏମିତି ହୋଇଥାଏ ଯାହା ଆମ ଆଖପାଖ ବହୁତ ଲୋକଙ୍କ ନାମରେ ରହିଥାଏ ଏବଂ କିଛି ଅକ୍ଷର ଏମିତି ମଧ୍ୟ ରହିଥାଏ ଯାହା ବହୁତ କମ୍ ଲୋକଙ୍କ ନାମରେ ଶୁଣାଯାଇଥାଏ । ଯଦି ଆପଣଙ୍କ ଆଖପାଖରେ ‘S’ ଅକ୍ଷର ଥିବା ଲୋକ ବହୁତ ଅଛନ୍ତି ତେବେ ଆପଣଙ୍କୁ ଜାଣିବା ଦରକାର କି ପ୍ରକୃତରେ ଏମାନେ କେମିତି?

ଅଙ୍କଜ୍ୟୋତିଷ ଅନୁସାରେ ‘S’ ଅକ୍ଷର ବ୍ୟକ୍ତିଙ୍କ ଗଣତି ୧ଅଙ୍କ ବରାବର ହୋଇଥାଏ । କୁହାଯାଏ କି ଯେଉଁ ଲୋକଙ୍କ ନାମ ‘S’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଜନ୍ମରୁ ନେତା ସ୍ବଭାବର ହୋଇଥାନ୍ତି । ସେମାନେ ଯେଉଁ କ୍ଷେତ୍ରରେ କାମ କରିଥାନ୍ତି ସେହି କ୍ଷେତ୍ରରେ ତାଙ୍କୁ ସଫଳତା ମିଳିଥାଏ ।

S ଅକ୍ଷରର ବ୍ୟକ୍ତି ମାନଙ୍କ ପାଖରେ ଶବ୍ଦର କଳା ବହୁତ ଭଲଥାଏ । ସେମାନେ ତାଙ୍କ ଶବ୍ଦ ର ଜାଲରେ ସମସ୍ତଙ୍କୁ ଆକର୍ଷିତ କରନ୍ତି । ମିଠା ମିଠା କଥାରେ ସେମାନେ ସମସ୍ତଙ୍କ ମନ ଜିତି ପାରନ୍ତି । ସେମାନେ ହୃଦୟରୁ ଖରାପ ନୁହନ୍ତି କିନ୍ତୁ ସେମାନେ ଅଧିକ ସମୟ ନାଟକ କରି ରହି ପାରନ୍ତିନି, ଯେତେବେଳେ ସତ କଥା କହି ଦିଅନ୍ତି ସମସ୍ତେ ତାଙ୍କୁ ଖରାପ ଭାବନ୍ତି । ଏମାନେ ବହୁତ ପରିଶ୍ରମୀ ହେଇଥାନ୍ତି । ଅଫିସରେ ଏମାନଙ୍କ କାର୍ଯ୍ୟ କରିବାର ପ୍ରଣାଳୀ ସମ୍ପୂର୍ଣ୍ଣ ଭିନ୍ନ । କଳେ ବଳେ କୌଶଳେ ଏମାନେ ତାଙ୍କ କାମ ସର୍ବ ପ୍ରଥମେ କରି ଦିଅନ୍ତି ।

ଯେଉଁଠୁ ଯେଉଁ ପ୍ରକାରର ଜ୍ଞାନ ମିଳେ ଏମାନେ ତାକୁ ହାସିଲ୍ କରି ଦିଅନ୍ତି କୌଣସି ପ୍ରକାରର ଜ୍ଞାନ ଛାଡ଼ନ୍ତିନି । ଏମାନେ ବହୁତ ପ୍ରତିଭାଶାଳି ହେଇଥାନ୍ତି । ନିଜ ସିଦ୍ଧାନ୍ତ ରେ ଏମାନେ କାହାର ବି ସାମ୍ନା କରି ପାରନ୍ତି । ଏମାନେ ସାହସୀ ହୋଇଥାଆନ୍ତି କିନ୍ତୁ ପ୍ରେମ ନିବେଦନ କରିବାକୁ ଲାଜ କରନ୍ତି । ଏମାନଙ୍କ କଥାରେ ସାମ୍ନାବାଲା ଆକର୍ଷିତ ହୋଇ ନିଜ ତରଫରୁ ପ୍ରେମ ନିବେଦନ କରନ୍ତି । ଏମାନଙ୍କ କଥାରେ ଏତେ ଯାଦୁ ଥାଏ ଏମାନେ କାହାକୁ ବି ନିଜ ବଶରେ କରି ପାରନ୍ତି । ସାମାଜିକ ସ୍ତରରେ ଏମାନେ ହସମୁଖ ଓ ମିଶା ପ୍ରକୃତିର ଲୋକ ହେଇ ଥାଆନ୍ତି । ପାର୍ଟି ଫଙ୍କସନ ରେ ଏମାନେ ବହୁତ ଆନନ୍ଦ ଉଠାନ୍ତି । ଭିଡ଼ ଜାଗାରୁ ଏମାନେ ଦୂରେଇ ରହିବାକୁ ପସନ୍ଦ କରନ୍ତି ।

ଯେଉଁ ଲୋକଙ୍କ ନାମ ‘S’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବିଶ୍ବସ୍ତ ହୋଇଥାନ୍ତି । ରୋମାଣ୍ଟିକ୍ ହେବା ସହିତ ସେମାନଙ୍କ ବ୍ୟବହାର ବହୁତ ନେଚୁରାଲ ହୋଇଥାଏ । ସେ ସର୍ବଦା ଠିକ୍ ସମୟରେ ଠିକ୍ କଥା ପ୍ରକାଶ କରିଥାନ୍ତି ।

ବିବାହ ପରେ S ଅକ୍ଷରର ପୁରୁଷ ମାନେ ନିଜ କର୍ମମୟୀ ଜୀବନରେ ବ୍ୟତିବ୍ୟସ୍ତ ରୁହନ୍ତି । ନିଜ ପରିବାର ସଙ୍ଗେ ସଙ୍ଗେ ସାଙ୍ଗ ସାଥୀ ମାନଙ୍କୁ ବି ସମୟ ଦିଅନ୍ତି । S ଅକ୍ଷରର ପୁରୁଷ ମାନେ ବିବାହ ପରେ ବହୁତ ସୁଖି ହୋଇଥାନ୍ତି ଆଉ ବିବାହ ପରେ S ଅକ୍ଷରର ମହିଳା ମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏମାନେ ଯାହାକୁ ଭଲପାଆନ୍ତି ତାଙ୍କଠୁ ବହୁତ ଅଧିକ ଆଶା ରଖନ୍ତି ଏହି ଆଶା ଏମାନଙ୍କ ପାଇଁ ସମସ୍ୟାର କାରଣ ପାଲଟିଥାଏ ।

S ଅକ୍ଷରର ବ୍ୟକ୍ତି ମାନଙ୍କ ଜୀବନରେ ବେଳେ ବେଳେ ଏମିତି ପରିସ୍ଥିତି ଆସେ ସେମାନେ ଉଚିତ ନିର୍ଣ୍ଣୟ ନେଇ ପାରନ୍ତିନି । ଏମାନେ ପରିଶ୍ରମୀ ସେଥିପାଇଁ ନିଜ କର୍ମ ଉପରେ ଅଧିକ ଭରସା କରନ୍ତି । ଏମାନଙ୍କୁ ଯଦି ଗୋଟିଏ ଶବ୍ଦ ରେ ବର୍ଣ୍ଣନା କରିବାକୁ କୁହାଯାଏ ତାହେଲେ ଏମାନେ ବହୁତ ‘ହୃଦଦବାନ’ ହୋଇଥାଆନ୍ତି । ଏମାନଙ୍କୁ ଭରସା କରିହବ ।

‘S’ ଅକ୍ଷର ଲୋକମାନେ ନିଜ ସମ୍ପର୍କକୁ ଶେଷ ପର୍ଯ୍ୟନ୍ତ ପାଳନ କରିଥାନ୍ତି । ଯାହା ସହିତ ବି ସେ ରହିଥାନ୍ତି ତାର ସୁଖ ଦୁଃଖ ଉଭୟରେ ସାଥ ଦେଇଥାନ୍ତି । ସେମାନେ ହୃଦୟରୁ ବହୁତ ଭଲ ଏବଂ ବାହାରୁ ବହୁତ ଆକର୍ଷିତ ହୋଇଥାନ୍ତି । ଏମାନଙ୍କର ଗୋଟିଏ କମଜୋରୀ ହେଉଛି କି ଏମାନେ ନିଜ ଫିଲିଙ୍ଗସ୍ କୁ କାହା ଆଗରେ ଖୋଲିକି କହିପାରନ୍ତି ନାହିଁ ।

LEAVE A REPLY

Please enter your comment!
Please enter your name here