ଯଦି ଲଣ୍ଡା ହେବା ର ଶିକାର ହେବା କୁ ଚାହାଁନ୍ତି ନାହିଁ , ତେବେ କରନ୍ତୁ ଏହି ଉପାୟ ବାଳ ଉପୁଡିବା ହୋଇଥାଏ ବନ୍ଦ

0
628

ଯଦି ଲଣ୍ଡା ହେବା ର ଶିକାର ହେବା କୁ ଚାହାଁନ୍ତି ନାହିଁ , ତେବେ କରନ୍ତୁ ଏହି ଉପାୟ ବାଳ ଉପୁଡିବା ହୋଇଥାଏ ବନ୍ଦ …..

ବାଳ ଝଡିବା ସମସ୍ୟା ପାଇଁ ବହୁତ ଲୋକ ଚିନ୍ତିତ ରହିଥାନ୍ତି ଆଉ ଧିରେ ଧିରେ ଲଣ୍ଡା ହୋଇ ଯାଆନ୍ତି । ମହିଳା ଙ୍କ ଠାରୁ ପୁରୁଷ ଲୋକ ମାନଙ୍କ ର ଲଣ୍ଡା ହୋଇ ଯିବା ର ସମ୍ଭାବନା ଅଧିକ ରହିଥାଏ । ଡାକ୍ତର ଙ୍କ ଅନୁସାରେ ସବୁଦିନ ୧୦୦ ବାଳ ଝଡିବା ସାମାନ୍ୟ କଥା। କିନ୍ତୁ ଗୋଟିଏ ଦିନରେ ଯେଉଁ ଲୋକ ଙ୍କର ୧୦୦ ରୁ ଅଧିକ ଝଡୁଛି ସେହି ଲୋକ ଲଣ୍ଡା ହେବାର ଶିକାର ହୋଇ ଥାଆନ୍ତି ।

ଲଣ୍ଡା ହେବାରୁ ବଣ୍ଚିବା କୁ ହେଲେ କରନ୍ତୁ ଏହି ଘରୋଇ ଉପଚାର

ଅରଂଡି ଆଉ ଜୈତନ ତେଲ ବାଳ ପାଇଁ ଉତ୍ତମ ମାନାଯାଏ ।
ଏହି ତେଲ ଦୁଇ କୁ ମିଶାଇ ବାଳ ରେ ଲଗାଇଲେ ବାଳ ମଜବୁତ ହୋଇଥାଏ । ସପ୍ତାହ ରେ ୪ ଥର ଏହି ତେଲ କୁ ଲଗାଇବା ଉଚିତ । ଏହି ତେଲ କୁ ଲଗାଇବା ର ମାସେ ପରେ ବାଳ ଝଡିବା ବନ୍ଦ ହୋଇଯିବ ।

ତ୍ରିଫଳା ଚୁର୍ଣ


ତ୍ରିଫଳା ଚୁର୍ଣ ର ସେବନ କରିବା ଦ୍ବାରା ବାଳ ଝଡିବା କମ୍ ହୋଇଥାଏ । ସକାଳୁ ଖାଲି ପେଟରେ ତ୍ରିଫଳା ଚୁର୍ଣ କୁ ସେବନ କରନ୍ତୁ । ଏପରି କରିବା ଦ୍ୱାରା ବାଳ ଝଡିବା ବନ୍ଦ ହୋଇଥାଏ ।

ପିଆଜ ରସ

ବାଳ ରେ ପିଆଜ ରସ ଲଗେଇବା ଦ୍ବାରା ବାଳ ମଜବୁତ ହେବା ସହିତ ଝଡିବା କମ୍ ହୋଇଥାଏ । ପିଆଜ ରସ ବାଳ କୁ ପୋଷଣ ଦେଇଥାଏ । ପିଆଜ ରସ ଲଗେଇବା ଦ୍ବାରା ବାଳ ଝଡିବା କମ୍ ହେବା ସହିତ ନୂଆ ବାଳ ହୋଇଥାଏ ।

ସୋରିଷ ତେଲ

ସୋରିଷ ତେଲ ବାଳ ପାଇଁ ଉତ୍ତମ ହୋଇଥାଏ ଆଉ ପ୍ରତିଦିନ ଏହି ତେଲ ବାଳ ରେ ଲଗାଇବା ଦ୍ଵାରା ବାଳ କମ୍ ଝଡି ଥାଏ ।


ବିନ୍ସ ଖାଆନ୍ତୁ

ବିନ୍ସ ଖାଇବା ଦ୍ବାରା ବାଳ ଝଡିବା ସମସ୍ୟା ଦୂର ହୋଇଥାଏ ଓ ନୂଆ ବାଳ ହୋଇଥାଏ । ଆଇରନ୍ ଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ଏହା ବାଳ ପାଇଁ ଭଲ ଅଟେ ।

LEAVE A REPLY

Please enter your comment!
Please enter your name here