ନୂଆପଡ଼ାରେ ଅଷ୍ଟମ ଛାତ୍ରୀ ଓ ଦଶମ ଶ୍ରେଣୀର ଛାତ୍ରଙ୍କ ପ୍ରେମ କୁ ସ୍ୱୀକୃତି ନମିଳିବାରୁ ଗଛରେ ଝୁଲିପଡିଲେ

0
658

କୁହାଯାଏ ପ୍ରେମ ବୟସ କି ସୁନ୍ଦରତା ଦେଖେନି କେତେବେଳେ କେମିତି ହେଇଯାଏ କହିହୁଏନି I ସେମିତି ପ୍ରେମରେ ପଡିଯାଇଥିଲେ ଦଶମ ଶ୍ରେଣୀରେ ପଢୁଥିବା ନାବାଳକ ଜୀବନ ଲାଲ ମାଝି ଏବଂ ଅଷ୍ଟମ ଶ୍ରେଣୀ ର ଛାତ୍ରୀ I ଉଭୟ ଙ୍କ ଘରନୂଆପଡା ଜିଲାର କୁକୁରମୁଣ୍ଡି I ବାଳିକା ଜଣଙ୍କ ଦଳିତ ଆଦିବାସୀ ପରିବାରର ଥିବାବେଳେ ବାଳକ ଜଣଙ୍କ ଉଞ୍ଚ ଜାତିର ଥିଲେ I ନାବାଳକ ଏବଂ ନାବାଳିକା ଙ୍କ ଏହି ପ୍ରେମକୁ ଘର ଲୋକେ ସ୍ୱୀକାର କରିନଥିଲେ I ତେବେ ହଠାତ ରବିବାର ସକାଳେ ଏକ ଗଛରେ ଉଭୟ ଝୁଲନ୍ତା ଅବସ୍ଥାରେ ରହିଥିବା ସମସ୍ତେ ଦେଖିବାକୁ ପାଇଲେ I ସମସ୍ତଙ୍କୁ ଆତ୍ମହତ୍ୟା ର ନଜିର ଆସୁଥିବା ଏହି ଘଟଣା କିନ୍ତୁ ସନ୍ଦେହ ଜନକ ,ଏହା ହତ୍ୟା ନା ଆତ୍ମହତ୍ୟା ? ଏବେ ବି ପ୍ରଶ୍ନ ଉଠୁଛି ସାଧାରଣ ରେ I ଏତେ କମ ବୟସରେ ପ୍ରେମରେ ପଡ଼ିଯାଇଥିବା ନାବାଳକ ନାବାଳିକା ପ୍ରେମୀ ଯୋଡି କଣ ଏହି ସାମାନ୍ୟ ଘଟଣା ପାଇଁ ଝୁଲିପଡିଲେ ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟା ର ରୂପ ଦେଉଛି ? ଏଯାଏଁ ଘଟଣାର ରହସ୍ୟ ଜଣାପଡ଼ିନଥିବା ବେଳେ ଧରମବନ୍ଧା ଥାନା ପୋଲିସ ଉଭୟ ମୃତ ଦେହ ଜବତ କରି ତଦନ୍ତ ଚଳାଇଛି I

LEAVE A REPLY

Please enter your comment!
Please enter your name here