କରୋନା ପାଇଁ ବିବାହ କୁ ସ୍ଥଗିତ ରଖି ଡିଉଟି ରେ ଯୋଗ ଦେଲେ ଏସଆଇ

0
245

ନିଜ ବ୍ୟକ୍ତିଗତ ସୁଖ ଆଗରେ ଦେଶ ସେବା ଆଗ ଏଭଳି ବାର୍ତା ଦେଇଛନ୍ତି ଜଣେ ଏସଆଇ I ଯାହା ଏବେ ସବୁ ମହଲ ରେ ଚର୍ଚା ହେଉଛି I ସୂଚନା ଅନୁଯାୟୀ ଉତ୍ତରାଖଣ୍ଡର ଋଷିକେଶର ମୁନିରେଟି ଥାନାରେ ପୋଲିସ୍ ଏସ୍ଆଇ ଭାବେ କାମ କରୁଥିବା ଶାହିଦା ପରଭେନ ଙ୍କର ମାର୍ଚ୍ଚ ମାସରେ ବିବାହ ସ୍ଥିର ହେଇଥିଲା Iତେଣୁ ସେ ମାର୍ଚ୍ଚ ୨୭ ତାରିଖରେ ଛୁଟି ନେଇ ଘରକୁ ଯାଇଥିଲେ। କିନ୍ତୁ ମାର୍ଚ୍ଚ ୩୧ରେ ଦେଶରେ କରୋନାର ସ୍ଥିତି ଭୟଙ୍କର ରୂପ ନେଇଥିଲା। ତେଣୁ ଶାହିଦା ନିଜ ବିବାହ କୁ ସ୍ଥଗିତ ରଖି ଛୁଟି ବାତିଲ କରି ଡ୍ୟୁଟିରେ ଯୋଗ ଦେଇଥିଲେ। ଶାହିଦା କହିଛନ୍ତି ଯେ ଦେଶ ସେବା କରିବାର ଏହା ହେଉଛି ସମୟ। ଏପରି ସମୟରେ ମୋ ନିଜ ଖୁସି ଅପେକ୍ଷା ଦେଶ ମୋ ଠାରୁ ବହୁତ କିଛି ଆଶା ରଖିଛି I ମୋ ବିବାହ ପାଇଁ ଛୁଟି ନେବା ଗ୍ରହଣୀୟ ନୁହେଁ। ଶାହିଦାଙ୍କ ଏଭଳି ନିଷ୍ପତ୍ତିରେ ପୂରା ପୋଲିସ୍ ବିଭାଗ ତାଙ୍କୁ ପ୍ରଶଂସା କରିଛନ୍ତି। ଉତ୍ତରାଖଣ୍ଡ ପୋଲିସ ଶାହିଦା ଙ୍କ କର୍ତ୍ତବ୍ୟ କୁ ସନମାନ ଜଣାଇ ଏକ ଟ୍ୱିଟ କରି ପ୍ରସଂଶା କରିଛି I

LEAVE A REPLY

Please enter your comment!
Please enter your name here