ଝଡର ଇଗଲ ବିଜୁବାବୁ ଙ୍କ ବିଷୟରେ ଏ 10ଟି ଅଜଣା କଥା ଆପଣ କେଭେ ବି ଜାଣିନଥିବେ

0
153

ସେ ଥିଲେ ଝଡର ଇଗଲ I ମୁକ୍ତାକାଶ ରେ ପାଇଲଟ ଚାଳନା ରେ ବିଜୁବାବୁଙ୍କ ପରି ଦୁଃସାହସିକ ଉଡାଣ କରିବାକୁ ଯେ କେହିବି ଘଡ଼ିଏ ଚିନ୍ତା କରିବ I ପାଇଲଟ ରେ ଯେପରି ଦୁଃସାହସିକ ଥିଲେ ସେହିପରି ରାଜନୀତି ର ସେ ଥିଲେ ପିତାମହ ଭୀଷ୍ମ I ଓଡ଼ିଶାର ଇତିହାସ ବଦଳାଇବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ I ନୂଆ ଓଡ଼ିଶାର ସେ ଥିଲେ ମୁଖ୍ୟ ପୂରଧା I ଆସନ୍ତୁ ନଜର ପକାଇବା ବିଜୁ ବାବୁ ଙ୍କ ଜୀବନ ବିଷୟରେ କିଛି କଥା I 1) ସମ୍ପୂର୍ଣ୍ଣ ନାମ ବିଜୟାନନ୍ଦ ପଟ୍ଟନାୟକ ହେଇଥିବା ବେଳେ ବିଜୁ ପଟ୍ଟନାୟକ ନାମରେ ବେଶ ପରିଚିତ I ୫ ମାର୍ଚ୍ଚ ୧୯୧୬ ରେ କଟକର ତୁଳସୀପୁରଠାରେ ଜନ୍ମ ନେଇଥିବା ବିଜୁ ବାବୁ ପିଲାଟିଦିନରୁ ପ୍ରଚଣ୍ଡ ଧିସକ୍ତି ର ଅଧିକାରୀ ଥିଲେ I
2) ପିଲାଦିନେ ଘର ପାଖରେ ଅବତରଣ କରିଥିବା ଏକ ଉଡ଼ାଜାହାଜ କୁ ସେ ଅତି ପାଖରୁ ଛୁଇଁବାକୁ ଯାଇ ବ୍ରିଟିଶ ସିପାହୀ ଙ୍କ ଠାରୁ ମାଡ ମଧ୍ୟ ଖାଇଥିଲେ ଯେଉଁଠିପାଇଁ ସେ ମାଡ କୁ ଜିଦି ରେ ପରିଣତ କରିଦେଇଥିଲେ ଏବଂ ବିମାନ ଉଡାଣ ପ୍ରତି ଅତ୍ୟଧିକ ଇଛା ଥିବାରୁ ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ଶେଷ କରି ଇଣ୍ଡିଆନ ଏୟାର‌ୱେଜରେ ପାଇଲଟ ଭାବରେ ଯୋଗ ଦେଇଥିଲେ I 3) 1942 ମସିହା ରେ ଗାନ୍ଧୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଇ ଛାତ୍ର ଆନ୍ଦୋଳନ ରେ ସାମିଲ ହେଇ 4ବର୍ଷ ପର୍ଯ୍ୟନ୍ତ ଜେଲ୍ ଯାଇଥିଲେ ବିଜୁବାବୁ I 4) ପରେ ୧୯୪୬ମସିହାରେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ I 5) ୧୯୬୧ ମସିହାରେ ବିଜୁବାବୁ ରାଜ୍ୟ କଂଗ୍ରେସର ସଭାପତି ଭାବେ କଂଗ୍ରେସ ର ମଙ୍ଗ ସମ୍ଭାଳିଥିଲେ I ବିଜୁବାବୁଙ୍କ ବଳିଷ୍ଠ ନେତୃତ୍ୱରେ ୧୪୦ରୁ ୮୨ଟି ଆସନରେ କଂଗ୍ରେସ ବାଜିମାତ କରିଥିଲା ଫଳରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇଥିଲେ ବିଜୁବାବୁ I 6) ପରେ କଂଗ୍ରେସ ସହ ତାଙ୍କର ମତଭେଦ ହେଇଥିଲା ଏବଂ ଟିକେଟ ପାଇନଥିଲେ ବିଜୁବାବୁ ଏହାପରେ ନିଜର ଦଳ ଗଢ଼ିଥିଲେ I ୧୯୭୭ମସିହାରେ ରେ କେନ୍ଦ୍ରାପଡ଼ାରୁ ଲୋକ ସଭା ପ୍ରାର୍ଥୀ ଭାବରେ ଠିଆ ହେଇ ପୁଣିଥରେ ବିଜୟ ର ସ୍ୱାଦ ଚାଖିଥିଲେ ବିଜୁବାବୁ I7) ପୁନର୍ଚ୍ଚ ୧୯୯୦ ରେ ବିଜୁବାବୁଙ୍କ ନେତୃତ୍ୱାଧୀନ ଜନତା ଦଳ ର ବିପୁଳ ବିଜୟ ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ନେତୃତ୍ୱ ନେଇଥିଲେ I ଓଡିଶା ପାଇଁ ବିଜୁବାବୁଙ୍କ ଅବଦାନ କୁ କେହି ଭୁଲିପାରିବେ ନାହିଁ I ନୂଆ ଓଡ଼ିଶାର ଗଠନ ରେ ତାଙ୍କୁ ବିଶ୍ୱକର୍ମା ଭାବେ ଅଭିହିତ କରାଯାଏ I
8) ବିଜୁ ବାବୁ ଜଣେ ଉତ୍ତମ ଫୁଟବଲ୍ ଖେଳାଳି ଥିଲେ।  9) କଟକରୁ ପଞ୍ଜାବ ପେଶୱାର କୁ ସାଇକେଲ ରେ ଦୁଇ ବନ୍ଧୁ ଙ୍କ ସହିତ ଯୁବାବସ୍ଥା ରେ ଯାଇଥିଲେ ବିଜୁ ବାବୁ I  10) ଇଣ୍ଡୋନେସିଆରେ ଡଚ୍‌ ସାଶନ ଚାଲିଥାଏ ,ନିଜ ଦେଶ କୁ ସ୍ୱାଧୀନ କରିବାକୁ ଇଣ୍ଡୋନେସିଆ ରେ ବିପ୍ଳବ ଚାଲିଥିବା ବେଳେ ଡଚ୍‌ ମାନେ ସମ୍ପୂର୍ଣ୍ଣ ଇଣ୍ଡୋନେସିଆ କୁ କବ୍ଜା କରିନେଇଥିଲେ I ବିପ୍ଲବୀ ଯୋଦ୍ଧା ମାନେ ବନ୍ଦୀ ଥିଲେ ସେହି ସମୟରେ ବିଜୁ ବାବୁ ବିମାନ ଦ୍ୱାରା ଇଣ୍ଡୋନେସିଆ ରୁ ବନ୍ଦୀ ଥିବା ରାଷ୍ଟ୍ରପତି,ଉପରାଷ୍ଟ୍ରପତି ଙ୍କୁ ଦିଲ୍ଲୀ ଉଡାଇ ଆଣିଥିଲେ ,ବିମାନ ରେ ଅନେକ ଗୁଳି ବାଜିଥିଲେ ମଧ୍ୟ ବିଜୁ ନ୍କ ସାହସ ଆଗରେ ସେସବୁ ଚୁର୍ଣ୍ଣ ହେଇଯାଇଥିଲା I ପରେ ଇଣ୍ଡୋନେସିଆ ସ୍ୱାଧୀନ ହେଇଥିଲା ଏବଂ ବିଜୁ ଙ୍କ ଏହି ସାହସ ପାଇଁ ତାଙ୍କୁ ଭୂମିପୁତ୍ର ଉପାଧି ଦେଇଥିଲା ଇଣ୍ଡୋନେସିଆ I ଯେଉଁଥିପାଇଁ ସାରା ଦେଶରେ ସେ ଚର୍ଚିତ ହେଇଥିଲେ ଦୁଃସାହସିକ ବିମାନ ଚାଳନା ପାଇଁ I ବିଜୁ ବାବୁ ଜ୍ଞାନ ପଟନାୟକ ଙ୍କୁ ବିବାହ କରିଥିବା ବେଳେ ପ୍ରେମ ପଟନାୟକ ,ନବୀନ ପଟନାୟକ ଏବଂ ଗୀତା ମେହେଟା ହେଉଛନ୍ତି ତାଙ୍କ ଉତ୍ତରଦାୟାଦ I ତାଙ୍କ ସୁପୁତ୍ର ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଅଛନ୍ତି I

LEAVE A REPLY

Please enter your comment!
Please enter your name here