ଚୀନ ପାଇବ ପାନେ ,ଚୀନ ଛାଡି ଭାରତ ଆସିବେ ବିଶ୍ୱର ଦୁଇ ବଡ ଶିଳ୍ପ ହ୍ୟୁଣ୍ଡାଇ ଏବଂ ପୋସ୍କୋ

0
185

ସାରା ଦେଶ ଏବେ କରୋନା ସହିତ ଲଢ଼ୁଥିବା ବେଳେ ଏଥିର ମୁଖ୍ୟ କାର୍ପତଦାର କୁହାଯାଉଛି କି ଚୀନ I ଚୀନ ର ଷଡଯନ୍ତ୍ର ପାଇଁ ଆଜି ଏଭଳି ସମୟ ଦେଖାଯାଇଛି ତେବେ ଚୀନ କୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡୁଛି I କରୋନା ପରେ ଦକ୍ଷିଣ କୋରିଆ ର ଚୀନ ରେ ଥିବା ସବୁଠୁ ବୃହତ ଶିଳ୍ପ ହ୍ୟୁଣ୍ଡାଇ ଏବଂ ପୋସ୍କୋ ନିଜର କାର୍ଯ୍ୟାଳୟ ଚୀନ୍ ରୁ ଭାରତକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛନ୍ତି । ୱୁହାନ୍ ଜୀବାଣୁ ମହାମାରୀ ପରେ ଆସିଥିବା ଅର୍ଥନୈତିକ ଅବନତିକୁ ଦୃଷ୍ଟିରେ ରଖି ଏହି କମ୍ପାନୀ ବିଚାର କରୁଛନ୍ତି I ଏପରିକି ପ୍ରାଥମିକ ସ୍ତରରେ ଭାରତ ସହିତ ଆଲୋଚନା ହେଇଥିବା ଜଣାପଡିଛି I ଭାରତ ଏବଂ ଦକ୍ଷିଣ କୋରିଆ 2030 ସୁଦ୍ଧା ବର୍ତ୍ତମାନର 21 ବିଲିୟନ ଡ଼ଲାରରୁ 50 ବିଲିୟନ ଡ଼ଲାରରେ ଦ୍ୱିପାକ୍ଷିକ ବାଣିଜ୍ୟ କରିବାକୁ ପ୍ରତିଶ୍ରୁତି ଦେଇସାରିଛନ୍ତି। ପୂର୍ବରୁ ଚେନ୍ନାଇରେ ଥିବା କୋରିଆ କନସୁଲେଟ୍ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ କରୁଛି I କୋରିଆର କନସୁଲେଟ୍ ଜେନେରାଲ୍ ପାଇଁ ଡେପୁଟି କନସୁଲ୍ ଜେନେରାଲ୍ ୟୁପ୍ ଲି କହିଛନ୍ତି ଯେ ଆମର ଦୁଇଟି ଲୁହା ଏବଂ ଇସ୍ପାତ କମ୍ପାନୀ, କିଛି ଷ୍ଟାର୍ଟଅପ୍ କୁ ଆମେ ଚୀନ୍ ରୁ ଭାରତ ଆଣିବାକୁ ଚାଁହୁଛୁ I ଇସ୍ପାତ-ବିଶାଳ ପୋସ୍କୋ ଏବଂ ହୁଣ୍ଡାଇ ଷ୍ଟିଲ ଆନ୍ଧ୍ରପ୍ରଦେଶରେ ସେମାନଙ୍କର କାରଖାନା ପ୍ରତିଷ୍ଠା କରିବାକୁ ଭାରତ ସରକାର ଆଗ୍ରହୀ ଅଟନ୍ତି। ସୂତ୍ରରୁ ପ୍ରକାଶ ଯେ, ସେମାନେ 5000 ଏକର ଜମି ଏବଂ ବନ୍ଦର ସଂଯୋଗ ପାଇଁ ସନ୍ଧାନ କରୁଛନ୍ତି। ଏହା ବ୍ୟତୀତ ଏହି ଦୁଇ ବୃହତ୍ କମ୍ପାନୀ ଙ୍କ ବ୍ୟତୀତ ଅନେକ ଛୋଟ ବୈଷୟିକ କମ୍ପାନୀ ମଧ୍ୟ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହୀ ଅଟନ୍ତି | ସୋର୍ସ :ଟାଇମ୍ସ ଅଫ୍ ଇଣ୍ଡିଆ

LEAVE A REPLY

Please enter your comment!
Please enter your name here