ଭାରତ କୁ ଅଭିବାଦନ ଜଣାଇଲା ଜାତିସଂଘ,କରୋନା ମୁକାବିଲା ପାଇଁ ଆମେରିକା ର ୪୪୮ଶହ କୋଟି ଟଙ୍କା ସହାୟତା

0
136

ସାରା ବିଶ୍ୱରେ ଏବେ କରୋନା ମହାମାରୀ ତାଣ୍ଡବ ରଚିଥିବା ବେଳେ ଭାରତ ର ସାହାଯ୍ୟ ପାଇଁ ସବୁ ମହଲ ପ୍ରସଂଶା କରାଯାଉଛି I ଖୋଦ ଜାତିସଂଘ ମୁଖ୍ୟ ଭାରତ କୁ ଅଭିବାଦନ ଜଣାଇଛନ୍ତି I ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଖୋଲାଖୋଲି ଭାରତ କୁ ପ୍ରସଂଶା କରିବା ସହିତ କହିଛନ୍ତି କି ଯୁକ୍ତରାଷ୍ଟ୍ର ଆମେରିକା ସମେତ କେତେକ ଦେଶକୁ ଭାରତ ମ୍ୟାଲେରିଆ ନିରାଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ପଠାଇଛି ,ଏଭଳି ଘଡ଼ିସନ୍ଧି ମୁହୁର୍ତରେ ଭାରତ ର ଏହି ସାହାଯ୍ୟ ପାଇଁ ସାଲ୍ୟୁଟ I ପାଖାପାଖି ୫୫ଟି କ‌ରୋନାଭାଇରସ୍ ସଂକ୍ରମିତ ଦେଶକୁ ହାତ ଖୋଲି ସାହାଯ୍ୟ ବଢ଼ାଇଛି ଭାରତ I ଅନ୍ୟ ପକ୍ଷରେ ଆମେରିକା ସ୍ଥିତି ସଂଗୀନ ଥିବାବେଳେ ସହାୟତା ର ହାତ ବଢ଼ାଇଛି ଆମେରିକା I କରୋନା ମୁକାବିଲା ପାଇଁ ଭାରତ କୁ ୫.୯ କୋଟି ଡଲାର ବା ୪୪୮ କୋଟି ଟଙ୍କା ସହାୟତା ଦେଇଛି ଆମେରିକା I

LEAVE A REPLY

Please enter your comment!
Please enter your name here