ହାରିଲା କରୋନା ଜିତିଲା ଗୋଆ ,ସମସ୍ତ ରୋଗୀ ସୁସ୍ଥ ହେଇ ଘରକୁ ଫେରିଲେ

0
209

ସାରା ବିଶ୍ୱ କୁ ଭୟଭୀତ କରାଇ ଥରାଇ ଦେଇଥିବା ମହାମାରୀ କରୋନା କୁ ହରାଇଛି ଗୋଆ I ପ୍ରଥମ ରାଜ୍ୟ ଭାବେ ସମସ୍ତ ଆକ୍ରାନ୍ତ ସୁସ୍ଥ ହେଇ ଘରକୁ ଫେରିଛନ୍ତି I ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ସୂଚନା ଦେଇ କହିଛନ୍ତି କି ଗୋଆର ସମସ୍ତ ସାତୋଟି COVID-19 ରୋଗୀ ସଂକ୍ରମଣରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି I ଗୋଆ ରେ ସାତଟି ମାମଲାର ଗତ ଏପ୍ରିଲ 3 ସୁଦ୍ଧା ଚିହ୍ନଟ ହୋଇଥିଲା ଏବଂ ସେହି ଦିନଠାରୁ ସେମାନେ ଚିକିତ୍ସା ହେଉଥିଲେ I ଚିକିତ୍ସା ପରେ ପୁନର୍ବାର ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଆସିଛି ଅର୍ଥାତ ସମସ୍ତେ ସୁସ୍ଥ ହେଇଛନ୍ତି I ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି କି “ଆମେ ଘୋଷଣା କରି ଗର୍ବିତ ଯେ ଗୋଆ ରାଜ୍ୟରେ ସକରାତ୍ମକ ରିପୋର୍ଟ ହୋଇଥିବା ସମସ୍ତ ରୋଗୀ COVID-19 ରୁ ସୁସ୍ଥ ହୋଇଛନ୍ତି। ଗୋଆରେ ବର୍ତ୍ତମାନ ସକ୍ରିୟ ସଂଖ୍ୟା ଶୂନ୍ୟରେ ରହିଛି। ଏହାସତ୍ବେ ସମସ୍ତେ ସାମାଜିକ ନିୟମ ମାନିବା ,ଲକ ଡାଉନ ପାଳନ କରିବା ସହିତ ସରକାରୀ ନିର୍ଦେଶ କୁ ପାଳନ କରିବାକୁ କହିଛନ୍ତି I ଅଧିକ ଖବର ପାଇଁ ଲାଇକ କରନ୍ତୁ I

LEAVE A REPLY

Please enter your comment!
Please enter your name here