ଆକ୍ରାନ୍ତ ହେଲେ ସ୍ୱାସ୍ଥ୍ୟକର୍ମୀ , ଆଉ ୨ କରୋନା ପଜିଟିଭ ଚିହ୍ନଟ

0
262

ଭୁବନେଶ୍ୱର: ଆଉ ୨ କରୋନା ପଜିଟିଭ ରାଜ୍ୟରେ ଚିହ୍ନଟ। ଏଥିରେ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି ବୋଲି ଜଣାପଡିଛି । ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ୨୨ ବର୍ଷ ଏବଂ ତାଙ୍ଗ ଘର କୋରାପୁଟର ଦଶମନ୍ତପୁରର ବୋଲି ଜଣାପଡ଼ିଛି। ଏହା ପ୍ରଥମ କରୋନା କେସ୍ କୋରାପୁଟର ।

ସେହିପରି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବାଲେଶ୍ୱରରୁ । ଏହି ଦୁଇ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧୧୦କୁ ବୃଦ୍ଧି ପାଇଛି। କୋରାପୁଟରେ ଜଣେ ଆକ୍ରାନ୍ତ ଚିହ୍ନଟ ପରେ ଏବେ କରୋନା ଦକ୍ଷିଣ ଓଡ଼ିଶାକୁ ବି ବ୍ୟାପିଲା।

ବାଲେଶ୍ୱରରେ ୫ ଜଣ କରୋନା ଚିହ୍ନଟ ହୋଇଥିଲେ। ଆଜି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ୨ ଆକ୍ରାନ୍ତ ସୁସ୍ଥ ହେବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ଏମାନଙ୍କୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।

 

LEAVE A REPLY

Please enter your comment!
Please enter your name here