ପ୍ରଧାନମନ୍ତ୍ରୀ ଆଲୋଚନା କଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ : ହୋଇପାରେ ନିଷ୍ପତ୍ତି କରୋନା ମୁକାବିଲାର ପରବର୍ତ୍ତୀ ଦିଗ ସଂପର୍କରେ ।

0
398

କ’ଣ ହେବ ମେ’ ୩ ତାରିଖ ତାଲା ବନ୍ଦ ପରେ ? କ’ଣ ହେବ ତାଲା ବନ୍ଦର ବଢ଼ିବ ନା’ ତାଲା ବନ୍ଦ ଉଠିବ ? ଏବେ ସାରା ଭାରତରେ ଚର୍ଚ୍ଚା ଏହାକୁ ନେଇ । ପ୍ରଧାନମନ୍ତ୍ରୀ ଏହାରି ଭିତରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ଭିଡିଓ କନ୍ଫରେନ୍ସିଂ ଜରିଆରେ । ମିଳିଥିବା ସୂଚନା ଅନୁଯାୟି ଏହି ଆଲୋଚନାରେ ବିଶେଷ ଭାବରେ ଚର୍ଚ୍ଚା ହେଉଛି ୩ରୁ ୪ଟି ପ୍ରସଙ୍ଗ ଉପରେ ।

ବଢିବ କି ନାହିଁ ତାଲାବନ୍ଦ ଅବଧି , ପ୍ରବାସୀ ଓଡିଆଙ୍କ ସମସ୍ୟା , ଆଲୋଚନା ହେଉଛି କରୋନା ମୁକାବିଲା ପାଇଁ ଅନୁଦାନ ଓ ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ । ଏଥିରେ ଓଡିଶା ସମେତ ମେଘାଳୟ, ମିଜେରାମ, ପୁଡୁଚେରୀ, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଗୁୃଜରାଟ ଓ ହରିୟାଣାର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ଲକ୍ଡାଉନ୍କୁ ବଢ଼ାଇବାକୁ ପ୍ରସ୍ତାବ ପୂର୍ବରୁ ଏକାଧିକ ମୁଖ୍ୟମନ୍ତ୍ରୀ ଦେଇସାରିଛନ୍ତି । ନଜର ରହିଛି ସମସ୍ତଙ୍କ ଆଜି କ’ଣ ନିଷ୍ପତି ହେଉଛି ।

 

LEAVE A REPLY

Please enter your comment!
Please enter your name here