ଅପରାହ୍ନକୁ ଆସିବ କାଳ ବୈଶାଖୀ , ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା , ଅରେଞ୍ଜ warning ଦେଲା ପାଣିପାଗ ବିଭାଗ ।

0
415

ଗତ କିଛିଦିନ ହେବ ଅପରାନ୍ହ ହେବା କ୍ଷଣି ମାଡି ଆସୁଛି ଝଡ଼ବର୍ଷା ଗତ ଏକେ ସପ୍ତାହ ହେବ ଓଡିଶାରେ କାଳ ବୈଶାଖୀର ବିତ୍ପାତ ଦେଖିବାକୁ ମିଳୁଛି ଆଗକୁ ମଧ୍ୟ ଏହି ପ୍ରକୋପ ଜାରି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି । ଆସନ୍ତା ତାରିଖ ୧ ଯାଏ ଓଡ଼ିଶାରେ କାଳ ବୈଶାଖୀ ପ୍ରଭାବ ରହିବ ବୋଲି ଜଣା ପଡିଛି । ଏହି ସମୟରେ ପବନର ବେଗ ବହୁତ ରହିବ ଏବଂ ଗୋଟେ ଗୋଟେ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭବନା ରହିଛି । କିଛି କିଛି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ସମ୍ଭାବନା ରହିଛି ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛି ।

ଏହି ବର୍ଷା ଓ ଘଡଘଡି ର ତୀବ୍ରତା ଦେଖି ଆଞ୍ଚଳିକ ପାଣିପାଗ ବିଭାଗ ଆରେଂଜ ୱାର୍ଣିଂ ଦେଇଛି । ଏ ନେଇ କ୍ଷୟକ୍ଷତି ପାଇଁ ଜିଲ୍ଲାଗୁଡିକୁ ପ୍ରସ୍ତୁତ ର ହିବାକୁ ସତର୍କ କରିଦିଆଯାଇଛି । କେନ୍ଦ୍ର ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ କାଳବୈଶାଖୀ ର ପୂର୍ବ ସତର୍କ ସୂଚନା ଦିଆଯାଇଛି । ଆଜି ରାଜ୍ୟର ୪ତି ଜିଲ୍ଲା ଯଥା ଗଜପତି , ଗଞ୍ଜାମ , ରାୟଗଡା ଓ କୋରାପୁଟ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଘଡଘଡି ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୫୦ କିମିରୁ ଅଧିକ ରହିବାର ସମ୍ଭାବନା ରହିଛି ମଧ୍ୟ । ଏହି ଚାରଟି ଜିଲ୍ଲା ପାଇଁ ଅରେଞ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ଉପକୂଳ ର କିଛି ଜିଲ୍ଲା ପାଇ ମଧ୍ୟ ୟେଲୋ ୱର୍ନିଂ ଜାରି କରାଯାଇଛି । ଏହି ୧୬ ଟି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ଵର ,ଭଦ୍ରକ, କେନ୍ଦ୍ରାପଡ଼ା , ଜଗତସିଂହପୁର,କଟକ , ପୁରୀ , ଖୋର୍ଦ୍ଦା ,ନୟାଗଡ଼, ମୟୂର ଭଞ୍ଜ , ଢେଙ୍କାନାଳ , କନ୍ଧମାଳ ,ମାଲକାନଗିରି , ନବରଙ୍ଗପୁର ଓ କଳାହାଣ୍ଡି ଏହି ସବୁ ଜିଲ୍ଲା ପାଇ ୟିଲୋ ୱର୍ଣ୍ଣିଂ ଜାରି କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ରେ ସର୍ବାଧିକ ୬୮.୪ ମିଲି ମିଟର ଓ ରାୟଗଡ଼ାରେ ୫୫ ମିଲି ମିଟର ବର୍ଷା ହେଇଥିବା ରେକର୍ଡ କରାଯାଇଛି । ଲଗାତାର ବର୍ଷା ହେବା କାରଣରୁ କିଛି ଦିନ ହେବ ରାଜ୍ୟର ତାପମାତ୍ରା ବହୁତ୍ କମ୍ ରହିଛି ।

LEAVE A REPLY

Please enter your comment!
Please enter your name here